ମକର ଯାତ୍ରା ପାଈଁ ଚଳଚଞ୍ଚଳ ଐତିହାସିକ ପୀଠ ମାଧବାନନ୍ଦ ମନ୍ଦିର

କାକଟପୁର: ଆଜି ପ୍ରସିଦ୍ଧ ମକର ସଂକ୍ରାନ୍ତି, ଆଜିର ଦିନ ରେ ଭାରତ ବର୍ଷ ରେ ଅନେକ ଧର୍ମ ପୀଠ ରେ ଉତ୍ସାବ ହେଉଥିବା ବେଳେ କାକଟପୁର ବଲରା ସ୍ଥିତ ପବିତ୍ର ପ୍ରାଚୀ ତଟ ରେ ଅବସ୍ଥିତ ଐତିହାସିକ ମାଧବାନନ୍ଦ ଜୀଉ ଙ୍କ ପୀଠ ରେ ଉତ୍ସବ ଅନନ୍ୟ

ଆଜି ରାତ୍ରି ୨ ଘଟିକା ସମୟ ରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳ ଆରତୀ, ମାର୍ଜନା, ସ୍ନାନ ଓ ବେଶ ସମ୍ମାପିତ ହୋଇଛି, ରାତ୍ର ୪ଘଟିକା ରୁ ଭକ୍ତ ଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଫିଟା ହୋଇଛି, ଆଜିର ଦିନରେ ବିଶେଷତ୍ୱ ରହିଛି ଯିଏ ନଡ଼ିଆ ଗୁଆ ପ୍ରଭୁ ଙ୍କ ନିକଟରେ ମାନସିକ କରି ବସାଏ ସେ ଲୋକର ଥଣ୍ଡା, ଶ୍ୱାସ ସମ୍ବଧୀୟ ରୋଗ ସହିତ ବନ୍ଧ୍ୟା ଦୋଷ ମଧ୍ୟ ଅନେକ ମହିଳା ଙ୍କର ଦୂର ହୁଏ

କେବଳ କାକଟପୁର ନୁହେଁ ବରଂ ଆଖପାଖ ଅନେକ ଅଞ୍ଚଳ ରୁ ଆଜିର ପ୍ରାତଃ ସମୟ ରୁ ଭକ୍ତ ମାନଙ୍କ ଶୁଅ ଛୁଟିଛି ଏହି ପୀଠ କୁ, କାକଟପୁର ପୋଲିସ ସହିତ ମନ୍ଦିର କାର୍ଯ୍ୟାଳୟ ତରଫରୁ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଈଁ ଧାଡି ଦର୍ଶନ ର ବ୍ୟବସ୍ଥା କରାଯାଇଛି

ଏହା ହେଉଛି ପ୍ରାଚୀ ତଟ ରେ ଥିବା ଦ୍ୱାଦଶ ମାଧବ ଙ୍କ ଭିତରେ ଅନ୍ୟତମ, ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଚତୁଃଭୁଜ ରେ ବିଦ୍ୟମାନ, କୁହାଯାଏ ଅନେକ ନାରାୟଣ ଙ୍କ ପ୍ରତିମା ଭିତରୁ ଏହି ମାଧବାନନ୍ଦ ଙ୍କ ପ୍ରତିମା ଅନ୍ୟତମ, ଭକ୍ତ ଙ୍କ ବିଶ୍ୱାସ ରହିଛି ଏହି ସ୍ଥାନ ରେ ଆଜିର ପବିତ୍ର ତିଥି ରେ ଦର୍ଶନ କଲେ ବହୁ ଦୁରାରୋଗ୍ୟ ରୁ ମୁକ୍ତି ମିଳେ

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial