ଅକ୍ଷର ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ଗ୍ରାମର ନବରତ୍ନ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ତେଲେନପାଲି ପଞ୍ଚାୟତର ସରପଞ୍ଚ ଶକୁନ୍ତଳା ବେହେରା, ପୂର୍ବତନ ଜିଲ୍ଲାପରିଷଦ ତଥା ସମାଜସେବୀ ବିପ୍ର ବିଶି , ଉପାଧ୍ୟକ୍ଷ ସୁଖିରାମ ଷାଣ୍ଡ , ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ, ପ୍ରମୁଖ ମଞ୍ଚାଷୀନ ରହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିବା ସହିତ ଗତ ବର୍ଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନେ ଜିଲ୍ଲା ସ୍ତରରେ ଓ ଜିଲ୍ଲା ବାହାରେ ବିଭିନ୍ନ ସ୍ତରରେ ସମ୍ମାନିତ ହୋଇଥିବା ନେଇ ନବରତ୍ନ ଉଚ୍ଚ ବିଦ୍ୟାଳୟ ଗର୍ବ ଅନୁଭବ କରୁଥିବା କହିଥିଲେ। ସମ୍ମାନିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ବିଷୟରେ ସୁନ୍ଦର ଭାବରେ ବୁଝାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପରିଚାଳନା କମିଟି ର ସଭାପତି , ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ସହ ଖେଳ ଶିକ୍ଷକ ପ୍ରମୋଦ ବାଗ , ସଂସ୍କୃତ ଶିକ୍ଷକ ଚୂଡାମଣି ପଟେଲ, କୁମୁଦ ଚନ୍ଦ୍ର ଠାକୁର, ଶଶିକାନ୍ତ ବାଗ, ରାଜେନ୍ଦ୍ର ବେହେରା,ପିଅନ ଯୁଗୁନୁ ମାଝୀ, ଦେବାର୍ଚନ ମାଝୀ, ଯାଦବ ଶଗଡ଼ିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
ତେଲେନପାଲି ନବରତ୍ନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ












Leave a Reply