ଚିନ୍ତା ବଢ଼ିଛି ଏଚଏମପିଭି, ଏପଟେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଚିନ୍ତାରେ ଲୋକେ

ଅକ୍ଷର ବ୍ୟୁରୋ : ଚିନ୍ତା ବଢ଼ାଇଛି ଏଚଏମପିଭି | ଆଉ ଏପଟେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ | ଭୟରେ ସାଧାରଣ ଲୋକେ | ବାହାରୁ ପ୍ରବାସୀ ଆସିଲେ ସତରେ କଣ ସଂକ୍ରମଣ ଭୟ ରହିବନି | ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା | ତେବେ ଲୋକସେବା ଭବନରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲାଏବଂ ଉକ୍ତ ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ । HMPVକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା । ଭୟଭୀତ ନ ହେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ | ତେବେ ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଚିନ୍ତା ବଢ଼ିଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେହେତୁ ଭାରତରେ HMPV ଭାଇରସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। କେନ୍ଦ୍ର ସରକାର କହିଛନ୍ତି ଯେ ମାମଲା ବୃଦ୍ଧି କୋଭିଡ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ।ବେଙ୍ଗାଲୁରୁ, ନାଗପୁର ଏବଂ ତାମିଲନାଡୁରେ ଦୁଇଟି ଲେଖାଏଁ ଏବଂ ଅହମ୍ମଦାବାଦରେ ଏକ ମାମଲା ସାମ୍ନାକୁ ଆସିଛି।କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋମବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ, HMPV ଜୀବାଣୁ ନୂଆ ନୁହେଁ ଏବଂ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ ଏହି ଜୀବାଣୁ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା ଏବଂ ଏହା ପରଠାରୁ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି। ସେ କହିଛନ୍ତି ଯେ HMPV ଜୀବାଣୁ ଶ୍ୱାସକ୍ରିୟା ମାଧ୍ୟମରେ ବ୍ୟାପିଥାଏ ଏବଂ ଏହା ସମସ୍ତ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ଏହାର ପ୍ରାଦୁର୍ଭାବ ବିଶେଷତଃ ଶୀତ ଏବଂ ବସନ୍ତରେ ଦେଖାଯାଏ। କିନ୍ତୁ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଭୟ ଭୀତ ହେବା ଆଦୌ ଉଚିତ ନୁହେଁ ସମସ୍ତେ ସଜାଗ ରହିବା ନିହାତି ଜରୁରୀ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial